ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା l ସାରା ବିଶ୍ବରେ ଏଥିଲାଗି ବ୍ୟାପକ ପ୍ରସ୍ତୁତି ଚାଲିଛି l ଏହା ପୂର୍ବରୁ ପବିତ୍ର ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଜଗନ୍ନାଥ,ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରା ୧୦୮ ଗରା ଚନ୍ଦନ କପୂର ମିଶ୍ରିତ ଜଳରେ ସ୍ନାନ କରି ଜ୍ବରରେ ପୀଡିତ ହୋଇ ଅଣସର ଘରେ ୧୫ ଦିନ କାଳ ରହିଥିଲେ l ଏହା ପରେ ନେତ୍ରାତ୍ସବ, ମହାପ୍ରଭୁଙ୍କ ନବ ଯୌବନ ଦର୍ଶନର ସମୟ ଭକ୍ତମାନେ ପ୍ରଥମ କରି ମହାପ୍ରଭୁଙ୍କ ଏହି ନୂତନ, ସତେଜ ଓ ଆକର୍ଷଣୀୟ ରୂପକୁ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି l ଏହି ନୀତି ପରେ ମହାପ୍ରଭୁ ରଥାରୁଢ ହେବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୁଅନ୍ତି ଏବଂ ତା ପରଦିନ ଶୁକ୍ଳ ଦ୍ବିତୀୟା ତିଥିରେ ଶ୍ରୀ ଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା ଅନୁଷ୍ଠିତ ହୁଏ l
ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରରେ ୩୯ତମ ପବିତ୍ର ରଥଯାତ୍ରା ନିମନ୍ତେ ରଥ ପ୍ରସ୍ତୁତ ହୋଇସାରିଛି l ଏଠାରେ ଗୋଟିଏ ରଥରେ ତିନି ଠାକୁର ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରା ବିରାଜମାନ କରି ମାଉସୀ ମା ବା ଗୁଣ୍ଡିଚା ମାଙ୍କ ପାଖକୁ ବାହାରିଥାନ୍ତି l ରାଇରଙ୍ଗପୁର ସହରର ବଡଦାଣ୍ଡ ସ୍ଥାନୀୟ ଦୁର୍ଗାମଣ୍ଡପ ଠାରୁ ଜଗନ୍ନାଥ ମ୍ଯାର୍କେଟ ପର୍ଯ୍ଯନ୍ତ ଜନ ସମୁଦ୍ର ହୋଇଉଠେ l ବଡଦାଣ୍ଡ ଆଲୋକମାଳା ଝଲସି ଉଠେ l ଏହି ଉପଲକ୍ଷେ ସ୍ଥାନୀୟ ବ୍ଲକ ପଡିଆ ଠାରେ ଲୋକମାନଙ୍କ ମନୋରଂଜନ ଓ ଆନନ୍ଦ ପ୍ରମୋଦ ନେଇ ମୀନା ବଜାର ବସିଥାଏ l ସେଠାରେ ଉପଖଣ୍ଡର ୭ ଟି ବ୍ଲକ ତଥା ମ୍ଯୁନିସିପାଲିଟିର ୧୫ଟି ଓ୍ବାର୍ଡର ଲୋକମାନେ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି l
ଏ ବର୍ଷ ରଥଯାତ୍ରା ଅବସରରେ ଟ୍ରାଫିକ ବ୍ଯବସ୍ଥା କୁ କଡାକଡି କରିବା ସହ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ନିର୍ଦ୍ଦେଶ କରାଯାଇଛି l ରାଇରଙ୍ଗପୁର ରେ ପୁଲିସ ଜିଲ୍ଲା କାର୍ଯ୍ଯକାରୀ ହେବା ସହ ନୂଆ ଜିଲ୍ଲା ଅଧ୍ଯକ୍ଷକ ସୁରେଶ ପାତ୍ର ଯୋଗ ଦେଇ ସହରକୁ ଶୁଙ୍ଖଳିତ କରିବା ପାଇଁ ୧୦୦ ଅଧିକ ପୋଲିସ ପୋର୍ସ ମୁତୟନ ହୋଇଛନ୍ତି l ଏ ବର୍ଷ ରାଇରଙ୍ଗପୁର ରେ ପବିତ୍ର ରଥଯାତ୍ରା ଅତି ମନୋଲୋଭା ଓ ଉନ୍ନତମାନର ହେବ ବୋଲି ଆଶା କରାଯାଉଛି l ସହରରେ ରଥଯାତ୍ରାକୁ ଶାନ୍ତିଶୁଙ୍ଖଳାରେ କରିବା ପାଇଁ ପ୍ରଶାସନିକ ସ୍ତରରେ ମଧ୍ଯ ଜୋରଦାର ପ୍ରସ୍ତୁତି ଚାଲିଛି l ମହାପ୍ରଭୁଙ୍କ ଲୀଳା,ଇଛାମୟଙ୍କ ଇଛାରେ ସବୁ କିଛି ଶୃଙ୍ଖଳିତ ହେବ ବୋଲି ଆଶା କରାଯାଉଛି।

