ଅନୁଗୋଳ: ଜଳବାହିତ, ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ, ସଞ୍ଚାଳନ ଓ ନିରାକରଣ ନିମନ୍ତେ ବନ୍ତଳା, ବଅଁରପାଳ ଓ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସଚେତନତା ରଥ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ମଦନ ମୋହନ ପ୍ରଧାନ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ। ଜିଲ୍ଲାର ୮ଟି ବ୍ଲକରେ ୮ଟି ସଚେତନତା ରଥ ବିଭିନ୍ନ ଗ୍ରାମରେ ବୁଲି ଆଗାମୀ ଏକ ମାସ ଯାଏଁ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭି.ବି.ଡି) ଡ. ପୂର୍ଣ୍ଣିମା ଉଦ୍‌ଗାତା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. କୃଷ୍ଣଚନ୍ଦ୍ର ପଣ୍ଡା (ପରିବାର କଲ୍ୟାଣ), ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଅନିରୁଦ୍ଧ ବେହେରା (ରୋଗ ନିୟନ୍ତ୍ରଣ)ଙ୍କ ସମେତ ସ୍ୱାସ୍ଥ୍ୟ ପରିଦର୍ଶକ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ଅର୍ବାନ ଆଶା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସ୍ତରରେ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀମତୀ ପୁଷ୍ପଲତା ପ୍ରଧାନ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!