ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ଅନ୍ତର୍ଗତ ଶିଗଡ଼ ଗ୍ରାମ ପଞ୍ଚାୟତର ତିମି ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର ବଣୀନାଳି ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲଡ୍ରେନ ଉଦ୍ୟମରେ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଙ୍ଗନବାଡ଼ି କର୍ମୀ, ୱାର୍ଡ ମେମ୍ବର, ଆଶା କର୍ମୀ, ସମେତ ଗ୍ରାମର ବିଭିନ୍ନ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଶିଶୁ ସୁରକ୍ଷା କଲ୍ୟାଣ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ବାଲ୍ୟ ବିବାହ, ଶିଶୁ ଯୌନ ନିର୍ଯ୍ୟାତନା, ଶିଶୁ ଚାଲାଣ, ଶିଶୁ ଶ୍ରମିକ ଓ ଶିଶୁ ମାନଙ୍କୁ ଜୀବନ ପ୍ରତି ବିପଦ ସଙ୍କୁଳ କାର୍ଯ୍ୟରେ ନିୟୋଜିତ କରିବା ଭଳି ସମ୍ବେଦନଶୀଳ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଭଳି ଘଟଣା ଶିଶୁ ମାନଙ୍କ ଶାରୀରିକ, ମାନସିକ, ଓ ଶିକ୍ଷାଗତ ବିକାଶ ଉପରେ କିପରି ନକାରାତ୍ମକ ପ୍ରଭାବ ପକାଏ ସେ ନେଇ ସଚେତନତା କରାଯାଇଥିଲା।

ବାଲ୍ୟ ବିବାହ ଓ ଶିଶୁ ଶ୍ରମରେ ନିୟୋଜିତ କରୁଥବା ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଆଇନରେ ଥିବା ଦଣ୍ଡ ବିଧାନ ଓ ନିୟମାବଳୀ ସମ୍ପର୍କରେ ଅବଗତ କରାଯାଇଥିଲା। ଏଥିସହ ପ୍ରତେକ ଶିଶୁର ଚାରୋଟି ମୌଳିକ ଅଧିକାର ଓ ଶିଶୁମାନଙ୍କ ଅଧିକାର ସୁରକ୍ଷାରେ ପରିବାର ଓ ସମାଜର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଛି। ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁଙ୍କ ତତ୍ୱାବଧାନରେ ପ୍ରକଳ୍ପ ସହାୟକ ଅଜୟ କୁମାର ସେଠୀ ବୈଠକ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!