ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତର କେନ୍ଦୁଆ ଗ୍ରାମରେ ରାତିରେ ଏକ ଦନ୍ତା ହାତୀ ଉପଦ୍ରବ କରି ବିଧବା ମହିଳା ସୁମି ସୋରେନଙ୍କ ଘରକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଏହି ଘଟଣାରେ ଘରର ବହୁ କ୍ଷତି ହୋଇଥିବା ବେଳେ ପରିବାର ଅସହାୟ ଅବସ୍ଥାରେ ରହିଛନ୍ତି।
ଘଟଣାର ଖବର ପାଇ ରାମଦୋଳି ୟୁଥ ପାଓ୍ବାର ସଂଘ ତୁରନ୍ତ ସୁମୀ ସୋରେନଙ୍କ ପରିବାର ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଛି। ସଂଗଠନ ପକ୍ଷରୁ ପ୍ରାଥମିକ ସହଯୋଗ ପ୍ରଦାନ କରାଯାଇଥିବା ସହ ସରକାରୀ କ୍ଷତିପୂରଣ ଓ ଅନ୍ୟାନ୍ୟ ସହାୟତା କିପରି ଶୀଘ୍ର ମିଳିପାରିବ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସଂଗଠନ ପକ୍ଷରୁ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!