ଅନୁଗୋଳ ରେ ହାତୀ ଆକ୍ରମଣରେ ଚାଲିଗଲା ଦୁଇଟି ଅମୂଲ୍ୟ ଜୀବନ। ଗୋଟିଏ ଦନ୍ତାହାତୀ ସକାଳୁ ସକାଳୁ ଦୁଇଟି ପୃଥକ ପୃଥକ ସ୍ଥାନରେ ଆକ୍ରମଣ କରିଥିଲା। ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗାଁର ଭୋଲେଶ୍ବର ପ୍ରଧାନ ଘରପାଖ ଏକ ଆମ୍ବ ତୋଟାକୁ ଆମ୍ବ ସଂଗ୍ରହ କରି ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଥିଲା। ହାତୀ ସେଇଠି ତାକୁ ଦଳି ଦେଇଥିଲା। ପ୍ରତିବାଦରେ ସ୍ଥାନୀୟ ଲୋକ ପୁରୁଣାଗଡ଼ ରୁ କରତପଟା ରାସ୍ତାକୁ କ୍ଷତିପୂରଣ ଏବଂ ସୁରକ୍ଷା ଦାବିକରି ରାସ୍ତାରୋକ କରିଥିଲେ।
ଅନ୍ୟ ପଟରେ ସେହି ବନ୍ତଳା ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ଧୁଳିଆ ଡେହୁରୀ ଙ୍କୁ ମଧ୍ୟ ହାତୀ ଦଳି ଦେଇଛି। ସେ ମଧ୍ୟ ପାଖ ତୋଟାକୁ ଆମ୍ବ ସଂଗ୍ରହ କରିବାକୁ ଯାଇଥିବା ବେଳେ ହାତୀ ଦଳି ଦେଇଥିଲା।
ଦୁଇଟି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା। କିନ୍ତୁ ପରିସ୍ଥିତିକୁ ବନ୍ତଳା ପୋଲିସ ଏବଂ ବନ ବିଭାଗ ଆୟତ୍ତ କରିଛି। ଲୋକଙ୍କୁ ବୁଝାସୁଝା କରିବା ସହ ସରକାରଙ୍କ ଆର୍ଥିକ ସହାୟତା ରାଶି ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ହଟିଥିଲା।
